ଦେଶରେ ଆସିବାକୁ ଯାଉଛି ଆଉ ୨ଟି ନୂଆ ବ୍ୟାଙ୍କ, RBI କୁ ଲାଇସେନ୍ସ ପାଇଁ କଲେ ଆବେଦନ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ...
Advertisement
trendingNow1976373

ଦେଶରେ ଆସିବାକୁ ଯାଉଛି ଆଉ ୨ଟି ନୂଆ ବ୍ୟାଙ୍କ, RBI କୁ ଲାଇସେନ୍ସ ପାଇଁ କଲେ ଆବେଦନ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ...

RBI Gets Application for two new financial companies: ଦେଶକୁ ଦୁଇଟି ନୂଆ ବ୍ୟାଙ୍କ ଆସିବାକୁ ଯାଉଛି । ଆଗାମୀ ସମୟରେ ୨ଟି ନୂତନ କମ୍ପାନୀ ଛୋଟ ଫାଇନାନ୍ସ ବ୍ୟାଙ୍କ ଭାବରେ କାର୍ଯ୍ୟ କରିବେ । ଦୁଇଟି ଫାଇନାନ୍ସିଆଲ କମ୍ପାନୀ ବ୍ୟାଙ୍କ ଭାବରେ କାର୍ଯ୍ୟ କରିବା ହେତୁ ଲାଇସେନ୍ସ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇକୁ ଆବେଦନ କରିଛନ୍ତି । ଭାରତୀୟ

ଦେଶରେ ଆସିବାକୁ ଯାଉଛି ଆଉ ୨ଟି ନୂଆ ବ୍ୟାଙ୍କ, RBI କୁ ଲାଇସେନ୍ସ ପାଇଁ କଲେ ଆବେଦନ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ...

ନୂଆଦିଲ୍ଲୀ: RBI Gets Application for two new financial companies: ଦେଶକୁ ଦୁଇଟି ନୂଆ ବ୍ୟାଙ୍କ ଆସିବାକୁ ଯାଉଛି । ଆଗାମୀ ସମୟରେ ୨ଟି ନୂତନ କମ୍ପାନୀ ଛୋଟ ଫାଇନାନ୍ସ ବ୍ୟାଙ୍କ ଭାବରେ କାର୍ଯ୍ୟ କରିବେ । ଦୁଇଟି ଫାଇନାନ୍ସିଆଲ କମ୍ପାନୀ ବ୍ୟାଙ୍କ ଭାବରେ କାର୍ଯ୍ୟ କରିବା ହେତୁ ଲାଇସେନ୍ସ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇକୁ ଆବେଦନ କରିଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା ଏହି କମ୍ପାନୀଗୁଡିକୁ ଲାଇସେନ୍ସ ପ୍ରଦାନ କରିବା ପରେ ଏହି କମ୍ପାନୀଗୁଡିକ ବ୍ୟାଙ୍କ ଭାବରେ କାର୍ଯ୍ୟ ଆରମ୍ଭ କରିବେ ।

RBI ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଦୁଇ ଫାଇନାନ୍ସିଆଲ କମ୍ପାନୀ ବ୍ୟାଙ୍କ ଲାଇସେନ୍ସ ପାଇଁ ଆରବିଆ ନିକଟରେ ଆବେଦନ କରିଛନ୍ତି, ସେଥିରେ କସମିୟା ଫାଇନାନ୍ସିଆଲ୍ ହୋଲ୍ଡିଂସ୍ ପ୍ରାଇଭେଟ ଲିମିଟେଡ୍ (Cosmea Financial Holdings Private Limited) ଓ ଟଲି ସଲ୍ୟୁସନ୍ ହୋଲ୍ଡିଂସ୍ ପ୍ରାଇଭେଟ ଲିମିଟେଡ୍ (Tally Solutions Holdings Private Limited) ସାମିଲ ରହିଛି ।

କୋସମିଆ ଫାଇନାନ୍ସିଆଲ୍ ହୋଲ୍ଡିଂସ୍ ପ୍ରାଇଭେଟ ଲିମିଟେଡ୍ 

କୋସମିଆ ଫାଇନାନ୍ସିଆଲ୍ ହୋଲ୍ଡିଂସ ପ୍ରାଇଭେଟ ଲିମିଟେଡ୍ (Cosmea Financial Holdings Private Limited) ହେଉଛି ଏକ ଘରୋଇ କମ୍ପାନୀ । ଏହା ୨୪ ନଭେମ୍ବର ୨୦୨୦ରେ ଆରମ୍ଭ ହୋଇଥିଲା । ରେଜିଷ୍ଟ୍ରାର୍ ଅଫ୍ କମ୍ପାନୀ, ମୁମ୍ବାଇରେ କରାଯାଇଥିବା ପଞ୍ଜୀକରଣ ଅନୁଯାୟୀ, ଏହି କମ୍ପାନୀ ଏକ ଅଣ-ସରକାରୀ କମ୍ପାନୀ ଭାବରେ ବର୍ଗୀକୃତ ହୋଇଛି । କମ୍ପାନୀ ବର୍ତ୍ତମାନ ବୀମା ଓ ପେନସନ ପାଣ୍ଠି ବ୍ୟତୀତ ଆର୍ଥିକ ମଧ୍ୟସ୍ଥି ପାଇଁ ଅତିରିକ୍ତ କାର୍ଯ୍ୟକଳାପରେ ଜଡିତ ଅଛି । ସୋମେନ ଘୋଷ ଓ ସୁରେଶ ଥିରୁବନନ୍ତପୁରମ୍ ବିଶ୍ୱନାଥନ୍ କୋସମିଆ ଫାଇନାନ୍ସିଆଲ୍ ହୋଲ୍ଡିଂସ୍ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଅଛନ୍ତି ।

ଟଲି ସଲ୍ୟୁସନ୍ ପ୍ରାଇଭେଟ ଲିମିଟେଡ୍ 

ଟଲି ସଲ୍ୟୁସନ୍ ପ୍ରାଇଭେଟ ଲିମିଟେଡ୍ (Tally Solutions Private Limited) ହେଉଛି ଏକ ଘରୋଇ କମ୍ପାନୀ । ଏହା ୮ ନଭେମ୍ବର ୧୯୯୧ରେ ଆରମ୍ଭ ହୋଇଥିଲା । ରେଜିଷ୍ଟ୍ରାର୍ ଅଫ୍ କମ୍ପାନୀ, ବେଙ୍ଗାଲୁରୁରେ  କରାଯାଇଥିବା ପଞ୍ଜୀକରଣ ଅନୁଯାୟୀ, ଏହା ଏକ ଅଣ-ସରକାରୀ କମ୍ପାନୀ ଭାବରେ ବର୍ଗୀକୃତ ହୋଇଛି । ଏହି କମ୍ପାନୀ ମୁଖ୍ୟତଃ ସଫ୍ଟୱେର୍ ପ୍ରକାଶନ, ପରାମର୍ଶ ଏବଂ ଯୋଗାଣ କ୍ଷେତ୍ରରେ ନିୟୋଜିତ । କମ୍ପାନୀ ସଫ୍ଟୱେୟାର, ଅପରେଟିଂ ସିଷ୍ଟମ, କମ୍ପ୍ୟୁଟର ଗେମ୍, ବ୍ୟବସାୟ ଏବଂ ଅନ୍ୟାନ୍ୟ ଆପ୍ଲିକେଶନ ସଫ୍ଟୱେୟାର, ଡକ୍ୟୁମେଣ୍ଟେସନ୍, ୱେବ୍ ପେଜ୍ ଡିଜାଇନ୍ ଇତ୍ୟାଦି କାର୍ଯ୍ୟକଳାପରେ ଜଡିତ ଅଛି । ବର୍ତ୍ତମାନ କମ୍ପାନୀ ଆର୍ଥିକ ସେବା / ବ୍ୟାଙ୍କିଙ୍ଗରେ ନିଜର କ୍ଷେତ୍ରକୁ ବଢ଼ାଇବାକୁ ଯାଉଛି ।

ଅଧିକ ପଢ଼ନ୍ତୁ:-ଆମେରିକାକୁ ୧୯୭୯ରେ ହିଁ ଜଣା ପଡ଼ିଯାଇଥିଲା ପାକିସ୍ତାନର ଏହି କଳା କାରନାମା ବିଷୟରେ, ଖାସ୍ ଡକ୍ୟୁମେଣ୍ଟରୁ ହୋଇଛି ଖୁଲାସା

ଦେଶରେ ପୂର୍ବରୁ ସଞ୍ଚାଳିତ ହେଉଥିବା ଘରୋଇ ବ୍ୟାଙ୍କ

୧. ଆକ୍ସିସ୍ ବ୍ୟାଙ୍କ (Axis Bank Ltd.)

୨. ବନ୍ଧନ ବ୍ୟାଙ୍କ (Bandhan Bank Ltd.)

୩. HDFC ବ୍ୟାଙ୍କ HDFC Bank Ltd.)

୪. ଆଇସିଆଇସିଆଇ ବ୍ୟାଙ୍କ (ICICI Bank Ltd.)

୫. ଇଣ୍ଡସିଣ୍ଡ ବ୍ୟାଙ୍କ (Indusind Bank Ltd.)

୬. ୟେସ୍ ବ୍ୟାଙ୍କ (YES Bank Ltd.)

୭. IDBI ବ୍ୟାଙ୍କ (IDBI Bank Limited)

୮. କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ (Kotak Mahindra Bank Ltd.)

୯. ଲକ୍ଷ୍ମୀ ଭିଲାସ ବ୍ୟାଙ୍କ  (Lakshmi Vilas Bank Ltd.)

୧୦. କ୍ୟାଥୋଲିକ୍ ସିରିଆନ ବ୍ୟାଙ୍କ (Catholic Syrian Bank Ltd.)

୧୧. ସିଟି ୟୁନିଅନ୍ ବ୍ୟାଙ୍କ (City Union Bank Ltd.)

୧୨. ଡିସିବି ବ୍ୟାଙ୍କ (DCB Bank Ltd.)

୧୩. ଧନଲକ୍ଷ୍ମୀ ବ୍ୟାଙ୍କ (Dhanlaxmi Bank Ltd.)

୧୪.ଫେଡେରାଲ ବ୍ୟାଙ୍କ (Federal Bank Ltd.)

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର!

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ଜରୁରୀ ଖବର! ରାସନ କାର୍ଡ ତିଆରି କରିବା ହେଲା କଷ୍ଟସାଧ୍ୟ, ଏବେ ଆବଶ୍ୟକ ହେବ ଏସବୁ ଡକ୍ୟୁମେଣ୍ଟ

୧୫. IDFC ବ୍ୟାଙ୍କ (IDFC Bank Ltd.)

୧୬. ଜମ୍ମୁ କଶ୍ମୀର ବ୍ୟାଙ୍କ (Jammu & Kashmir Bank Ltd.)

୧୭. କର୍ଣ୍ଣାଟକ ବ୍ୟାଙ୍କ  (Karnataka Bank Ltd.)

୧୮. କରୁର ଭିସିଆ ବ୍ୟାଙ୍କ (Karur Vysya Bank Ltd.)

୧୯. ନୈନିତାଲ ବ୍ୟାଙ୍କ (Nainital bank Ltd.)

୨୦. RBL ବ୍ୟାଙ୍କ (RBL Bank Ltd.)

୨୧. ସାଉଥ ଇଣ୍ଡିଆନ୍ ବ୍ୟାଙ୍କ South Indian Bank Ltd.)

୨୨. ତାମିଲନାଡୁ ମର୍କାଣ୍ଟାଇଲ ବ୍ୟାଙ୍କ (Tamilnadu Mercantile Bank Ltd.)

ଏହା ବ୍ୟତୀତ ଅନେକ ଛୋଟ ଫାଇନାନ୍ସ ବ୍ୟାଙ୍କ ମଧ୍ୟ ଅଛି । ବର୍ତ୍ତମାନ ଆଗାମୀ ସମୟରେ ଏହି ତାଲିକାରେ ଆଉ ୨ଟି ନୂତନ ବ୍ୟାଙ୍କର ନାମ ଯୋଡି ଯିବ ।

Trending news